fbpx

୨୨ ବର୍ଷ ତଳ ଆକ୍ରମଣର ପୂନରାବୃତ୍ତି, ଆଜିର ଦିନରେ ହୋଇଥିଲା ସଂସଦ ଭବନରେ ଆକ୍ରମଣ: ଜାଣନ୍ତୁ ସେହି ଛାତିଥରା କାହାଣୀ ବିଷୟରେ…

ଓଡିଶା ଭାସ୍କର: ୨୦୦୧ ମସିହା ଡିସେମ୍ବର ୧୩ ଭାରତୀୟ ଗଣତନ୍ତ୍ର ଲାଗି ଏକ କଳାଦିନ । ୨୨ ବର୍ଷ ତଳେ ଆଜିର ଦିନରେ ଗଣତନ୍ତ୍ର ମନ୍ଦିର ଉପରେ ଛାତିଥରା ହମଲା ହୋଇଥିଲା । ଯାହା ଆଜି ପୁଣିଥରେ ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳୁଛି। ଆଜି ଲୋକସଭାରେ ୨ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇଥିଲେ। ଏହି ସମୟରେ ଜୋତା ଖୋଲି ସେଥିରୁ ବୋମା ପରି କିଛି ବାହାର କରି ଗୃହରେ ସ୍ପ୍ରେ କରିଥିଲେ। ଘଟଣା ସମୟରେ ସଂସଦରେ ଉପସ୍ଥିତ ଥିବା ସଦସ୍ୟ ମାନେ ସେମାନଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମସ୍ତ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଏଥିରେ କାହାର କୌଣସି କିଛି କ୍ଷତି ଘଟି ନାହିଁ । କିନ୍ତୁ ଆଜିର ଏହି ଘଟଣା ୨୨ ବର୍ଷ ତଳର କାହାଣୀ ଆଉ ଥରେ ତାଜା କରିଦେଇଛି।

Tributes to martrys of 2001 parliament attack

୨୦୦୧ ମସିହା ଡିସେମ୍ବର ୧୩ରେ କ’ଣ ଘଟିଥିଲା?

ଡିସେମ୍ବର ୧୩, ୨୦୦୧ ପ୍ରାୟ ୧୧.୪୦ ସେଦିନ ଚାଲିଥିଲା ସଂସଦର ଶୀତକାଳୀନ ଅଧିବେଶନ । ଏହି ସମୟରେ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ। ସେଠାରେ ଉପରାଷ୍ଟ୍ରପତି କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା କର୍ମୀମାନେ କାରକେଡ ସହ ଉପରାଷ୍ଟ୍ରପତିଙ୍କ ପାଇଁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଏକ ଧଳା ରଙ୍ଗର ଆମ୍ବାସଡର ଦ୍ରୁତ ଗତିରେ ଉପରାଷ୍ଟ୍ରପତିଙ୍କ କାରକେଡ ଆଡକୁ ମାଡ଼ି ଯାଇଥିଲା । ଏହା ଦେଖି ଉପରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ସୁରକ୍ଷା କର୍ମୀମାନେ ସେହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସୁରକ୍ଷା କର୍ମୀ କାର ପାଖକୁ ଆସୁଥିବା ଦେଖି ସନ୍ଦିଗ୍ଧ କାରକୁ ଦ୍ରୁତ ଗତିରେ ଗେଟ ନମ୍ବର ୮ ଆଡ଼କୁ ମୁହାଁଇଥିଲା ଓ ଉପରାଷ୍ଟ୍ରପତିଙ୍କ କାରକୁ ଧକ୍କା ଦେଇଥିଲେ । ଆଉ ଏହା ପରେ ଅତର୍କିତ ଭାବରେ AK-47 ଏବଂ ଗ୍ରେନେଡ ସହିତ ସଶସ୍ତ୍ର ଆତଙ୍କବାଦୀମାନେ ତଳକୁ ଓହ୍ଲାଇ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ହଠାତ୍ ଆକ୍ରମଣ ପାଇଁ ଭବନରେ ଥିବା ଆଲାର୍ମ ବାଜିବାରୁ ସମସ୍ତ ବିଲଡିଂର ଫାଟକ ବନ୍ଦ ହୋଇଯାଇଥିଲା । ପ୍ରାୟ ୩୦ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା ଏହି ଗୁଳି ବିନିମୟ । ହେଲେ ଶେଷରେ ସମସ୍ତ ଆତଙ୍କବାଦୀ ସଂସଦ ଭବନ ବାହାରେ ହିଁ ଟଳି ପଡ଼ିଥିଲେ।

2001 parliament attack
Security personnel took the position after the Parliament was attacked by terrorist groups. (Express Archive Photo by Ravi Batra)
Bullets marks of the 2001 Parliament attack

ଏହି ଆକ୍ରମଣରେ କେତେ ଜଣଙ୍କ ଜୀବନ ଯାଇଥିଲା?

ଏହି ଆକ୍ରମଣରେ ଦିଲ୍ଲୀ ପୋଲିସର ପାଞ୍ଚଜଣ ସୁରକ୍ଷା କର୍ମୀ, CRPF ର ଜଣେ ଲେଡି କନଷ୍ଟେବଳ ଏବଂ ସଂସଦ ଗାର୍ଡ ଏବଂ ୱାର୍ଡ ବିଭାଗର ଦୁଇଜଣ ସୁରକ୍ଷା ସହାୟକ, ଜଣେ ମାଳି ଏବଂ ଫଟୋ ସାମ୍ବାଦିକ ପ୍ରାଣ ହରାଇଥିଲେ। ଏହା ସହ ଅତି କମରେ ଅନ୍ୟ ୧୫ ଜଣ ଆହତ ହୋଇଥିଲେ। କିନ୍ତୁ ସେହି ସମୟରେ ସଂସଦରେ ୧୦୦ରୁ ଅଧିକ ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କର କିଛି କ୍ଷତି ହୋଇନଥିଲା । ଆକ୍ରମଣ ଦିନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିଲା । ତେଣୁ ଗଣମାଧ୍ୟମର ଅନେକ ଲୋକ ସଂସଦ ପରିସରରେ ଉପସ୍ଥିତ ଥିଲେ । ପୂରା ଆକ୍ରମଣର ଲାଇଭ୍‌ ସବୁ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥିଲା। ଘଟଣାର ଛାତି ଥରା ଦୃଶ୍ୟ ସମସ୍ତ ଦେଶବାସୀ ଦେଖିବାକୁ ପାଇଥିଲେ।

Accused of the Parliament attack on 13th December 2001, Shaukat Hussain, SAR Geelani, and Afzal Guru. (Express archive photo by Naveen Jora)
2001 Parliament attack
The clothes worn by the terrorists are seen at the Parliament complex in New Delhi on December 13, 2001. (Archive Photo)

Get real time updates directly on you device, subscribe now.