fbpx

ଜାନୁଆରୀ ୨୬ ପରେଡରେ ସାମିଲ ହେବେ ୨୪ ହଜାର ଲୋକ, ରହିବେନି କୌଣସି ବିଦେଶୀ ଅତିଥି: ସୁତ୍ର

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ ସଙ୍କଟ ମଧ୍ୟରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଆସି ପହଞ୍ଚିଛି । ଆଉ ମାତ୍ର କେଇଟା ଦିନ ପରେ ଅନୁଷ୍ଠିତ ହେବ ଗଣତନ୍ତ୍ର ଦିବସ । ତେବେ ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସ୍ଥିର ହୋଇଛି ଯେ, ଚଳିତ ଥର କରୋନା ମହାମାରୀ କାରଣରୁ କେବଳ ୨୪ ହଜାର ଲୋକ ହିଁ ଏଥିରେ ସାମିଲ ହୋଇପାରିବେ । ବିଶେଷ ସୁତ୍ରରୁ ଏସମ୍ପର୍କରେ ଖବର ପ୍ରକାଶ ପାଇଛି ।

ସେହିପରି ଗତବର୍ଷ ଗଣତନ୍ତ୍ରୀ ଦିବସ ପରେଡରେ ୨୫ହଜାର ଲୋକଙ୍କୁ ଅନୁମତି ଥିଲା । ହେଲେ ଏହା ପୁର୍ବରୁ ୨୦୨୦ ରେ କରୋନା ମହାମଳାରୀ ପୂର୍ବରୁ ୧.୨୫ ଲକ୍ଷ ଲୋକ ସାମିଲ ହୋଇଥିଲେ । ହେଲେ ଚଳିତ ଥର ମଧ୍ୟ ମହମାରୀ କାରଣରୁ କମ୍ ଲୋକଙ୍କ ଉପସ୍ଥିତିରେ ପରେଡ୍ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ଏହି ଅବସରରେ କୌଣସି ବିଦେଶୀ ଅତିଥି ସାମିଳ ରହିବେ ନାହିଁ । ଗତବର୍ଷ ମଧ୍ୟ କେହି ସାମିଲ ହୋଇନଥିଲେ । ସୁତ୍ରରୁ ପ୍ରକାଶ ଯେ, ଚଳିତ ଥର ପରେଡ୍ ରେ ଉଜବେକିସ୍ତାନ, ତୁର୍କିମେନିସ୍ତାନ, କିର୍ଗିଜ୍ ଗଣରାଜ୍ୟ ଓ ତାଜକିସ୍ତାନର ନେତା ମାନେ ସାମିଲ ହେବାର ଯୋଜନା ହୋଇଥିଲା ।

Get real time updates directly on you device, subscribe now.