fbpx

ଭୁବନେଶ୍ୱରରୁ ଆଜି ପୁଣି ୨୫ କରୋନା ପଜିଟିଭ୍ ଚିହ୍ନଟ, ସେଥିରୁ ୨୩ ଲୋକାଲ୍

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ଭୁବନେଶ୍ୱରରେ ଚିନ୍ତା ବଢାଉଛୁ କରୋନା । ଆଜି ରାଜଧାନୀରୁ ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ସୂଚନା ଦେଇଛନ୍ତି ।

ତେବେ ଲୋକାଲ କେସ ମଧ୍ୟରୁ ମଞ୍ଚେଶ୍ୱରରୁ ୫, ସାମନ୍ତରାପୁରରୁ ୨ ଚିହ୍ନଟ ହୋଇଛନ୍ତି । ଚକେଇସିଆଣୀ ହାଇସ୍କୁଲ ନିକଟରୁ ୪, ହାଇବାଇ ବସ୍ତିରୁ ୨ ଚିହ୍ନଟ ହୋଇଛନ୍ତି । ବାଲିତୋଟା ସାହି ନିକଟରୁ ୪ ଜଣ, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ ଓ ଅଶୋକନଗରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନିଳାଦ୍ରୀ ବିହାରରୁ ଜଣେ ୫୬ ବର୍ଷୀୟ ମହିଳା ଚିହ୍ନଟ ହୋଇଥିବା ବେଳେ ଅଶୋକ ନଗରରୁ ଜଣେ ୫୦ ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀରୁ ୪୨ ବର୍ଷୀୟ ଜଣେ ମହିଳାଙ୍କ ସମେତ ୨ ମେଡିକାଲ କର୍ମୀ କରୋନାରେ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ମେଡିକାଲ କର୍ମଚାରୀ ହୋଇଥିବା ବେଳେ ଆଉ ଜଣେ ରେଳ କର୍ମଚାରୀ
ବୋଲି ଜଣାପଡିଛି ।

Get real time updates directly on you device, subscribe now.