fbpx

ବହୁଦିନ ପରେ ଖୋଲିଲା ସ୍କୁଲ, କିନ୍ତୁ ଗୋଟିଏ ସପ୍ତାହରେ ୨୫୦ ଶିକ୍ଷକ ଓ ଶିଶୁ ବାହାରିଲେ ପଜିଟିଭ୍

କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ଦେଶରେ ସାମିଲ ଅଛି ଆମେରିକା । ଏବେ ସେଠାକାର ସ୍କୁଲମାନଙ୍କରେ ଏହି ମହାମାରୀର ପ୍ରଭାବ ଦେଖିବାକୁ ମିଳିଛି । ଆମେରିକାର ଜର୍ଜିଆ ଜିଲ୍ଲାର ଏକ ସ୍କୁଲ ବହୁମାସ ପରେ ଖୋଲିଥିଲା । କିନ୍ତୁ ସ୍କୁଲ ଖୋଲିବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨୫୦ରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ବାହାରିଛନ୍ତି । ଏହା ପରେ ବିିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୪ ଦିନ ଆଇସୋଲେସନରେ ରଖାଯାଇଛି । ଏହି ସମୟରେ ପିଲାମାନଙ୍କୁ ଅନଲାଇନ୍ କ୍ଲାସ ମାଧ୍ୟମରେ ପଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.