fbpx

ଖୁସି ଖବର, ରାଜ୍ୟରେ ଆଜି ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୯୪୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧାରୁ ୬୨୭, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୧୪୩, ପୁରୀରୁ ୧୪୧, ରାୟଗଡ଼ାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡ଼ାରୁ ୭୪, କନ୍ଧମାଳରୁ ୭୩, ସୁନ୍ଦରଗଡ଼ରୁ ୭୩, କଳାହାଣ୍ଡିରୁ ୭୨, ମୟୁରଭଞ୍ଜରୁ ୭୦, ବାଲେଶ୍ୱରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡ଼ରୁ ୨୯, ଢ଼େଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗୀରରୁ ୧୮, ଝାରସୁଗୁଡ଼ାରୁ ୧୭, ଦେଓଗଡ଼ରୁ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.