fbpx
BJD SKY
BJD SKY

ଦେଶ ପାଇଁ ଆଶ୍ୱସ୍ତିକର ଖବର: ଆମେରିକାରୁ ଆସିଲା ରେମଡେସିଭରର ୨୫୬୦୦ ଡୋଜ୍

BJD

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଦେଶ ବାହାରୁ ଅନେକ ସାହାଯ୍ୟ ଆସି ପହଞ୍ଚୁଛି । ଏହା ଭିତରେ ଆମେରିକା ମଧ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଛି । ଆଜି ଆମେରିକର ଏକ ମେଡିସିନ୍ କମ୍ପାନୀ ପକ୍ଷରୁ ଭାରତକୁ ରେମେଡେସିଭରର ୨୫ ହଜାର ୬୦୦ ଡୋଜ୍ ମୁମ୍ବାଇ ଏୟାରପୋର୍ଟରେ ଆସି ପହଞ୍ଚିଛି । ଏନେଇ ବିଦେଶୀ ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୁଚନା ଦିଆଯାଇଛି ।

ମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ଏ ସଂକ୍ରାନ୍ତରେ ସୁଚନା ଦେଇ କୁହାଯାଇଛି ଯେ, ଆଜି ମୁମ୍ବାଇ ଏୟାରପୋର୍ଟରେ ରେମେଡେସିଭରର ୨୫ ହଜାର ୬୦୦ ଡୋଜ୍ ପହଞ୍ଚିଛି । ଏଥିପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆମେରିକୀ ମେଡିସିନ୍ କମ୍ପାନୀ ଗିଲୀଡ୍ ସାଇସନ୍ସକୁ ଧନ୍ୟବାଦ ଜଣାଯାଇଛି । ସୁଚନାଯୋଗ୍ୟ, ରେମଡେସିଭର୍ ମେଡିସିନ୍ କୁ କରୋନା ସଂକ୍ରମଣରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଦିଆଯାଏ । ତେଣୁ ଏହାର ଚାହିଦା ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସଂକ୍ରମଣ ମାମଲା ସର୍ବାଧିକ ଥିବାରୁ ଏହି ମେଡିସିନର ଆବଶ୍ୟକତା ବଢ଼ିଯାଇଛି ।

ଆହୁରି ମଧ୍ୟ କିଛି ଅସାମାଜିକ ଲୋକ ଏହାକୁ ନେଇ କଳାବଜାରୀ କରୁଥିବା ଖବର ନଜିରକୁ ଆସିଛି । ଏହି ମାମଲାରେ ଅନେକଙ୍କୁ ପୋଲିସ୍ କାବୁ କରିସାରିଲାଣି । ଏହି ଘଡିସନ୍ଧି ମୁହୁର୍ତ୍ତରେ ଲୋକମାନଙ୍କର ଆବଶ୍ୟକତାର ଫାଇଦା ଉଠାଯାଉଛି ଏବଂ ସେମାନଙ୍କୁ ଲୁଟିବା ପାଇଁ ଅନେକ ଲୋକ ଏପରି ଭାବେ ରେମଡେସିଭର୍ ମେଡିସିନର କଳାବଜାରୀରେ ମାତିଛନ୍ତି ।

 

Get real time updates directly on you device, subscribe now.