fbpx
BSKY SKY
BSKY SKY

SAIL ପକ୍ଷରୁ ବାହାରିଲା ୨୫୯ଟି ପଦବୀ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନେ କନସଲଟାଣ୍ଟ, ଏମଓ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସମସ୍ତ ତଥ୍ୟ ପାଇ ପାରିବେ ।

ଆସନ୍ତା ୨୬ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ମୋଟ ୧୩ଟି ବର୍ଗରେ ନିଯୁକ୍ତି ଦିଆଯିବ । ଅଲଗା ଅଲଗା ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା, ଆବେଦନ ଫିସ ଓ ବୟସ ଭିନ୍ନ ଭିନ୍ନ ରହିଛି । ମେଡିକାଲ ଏକଜିକ୍ୟୁଟିଭ ପଦବୀ ପାଇଁ ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀ ୫୦୦ ଟଙ୍କା ଜମା କରିବେ । ସେହିପରି ଭିନ୍ନ ଭିନ୍ନ ପାରା ମେଡିକାଲ ଷ୍ଟାଫ ପଦବୀ ପାଇଁ ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀ ୨୫୦ ଓ ୧୫୦ ଟଙ୍କା ଜମା କରିବେ । ଏସସି / ଏସଟି / ପିଡବ୍ଲ୍ୟୁଡି / ଇଏସଏମ ପ୍ରାର୍ଥୀମାନେ କୌଣସି ଫିସ୍ ଦେବେ ନାହିଁ ।

ଅନଲାଇନ ଆପ୍ଲାଏ ଲିଙ୍କ: Available on 26.11.2022

ନୋଟିଫିକେସନ ଲିଙ୍କ: https://ucanapplym.s3.ap-south-1.amazonaws.com/sail/pdf/Advt%20-%2015%2022-23%20(English).pdf

ଅଫିସିଆଲ ୱେବସାଇଟ୍: https://www.sail.co.in/

Get real time updates directly on you device, subscribe now.