ଅଢ଼େଇ ହଜାରରୁ ଅଧିକ ଗ୍ରାବମାସୀ ଉଠାଇ ପାରୁନାହାନ୍ତି ମୋବାଇଲ ସେବାର ଲାଭ, ଲିଖିତ ଉତ୍ତର ରଖିଲେ ମୁକେଶ ମହାଲିଙ୍ଗ
ବିଧାନସଭାରେ ତଥ୍ୟ ଦେଲେ ମନ୍ତ୍ରୀ । ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା ।
ଭୁବନେଶ୍ବର: ମୋବାଇଲ ସେବା ନେଇ ବିଧାନସଭାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ଯଦି ଦେଖିବା ଆଜିର ଡିଜିଟାଲ ଯୁଗରେ ମଧ୍ୟ ଅଢେଇ ହଜାରରୁ ଅଧିକ ଗାଁରେ ମୋବାଇଲ ସେବା ନାହିଁ ।
ବିଧାନସଭାରେ ବିଧାୟକ ରାମେଶ ବେହେରା ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି ବୋଲି ପ୍ରଶ୍ନ କରିଥିଲେ । ତେବେ ଏହାର ଲିଖିତ ଉତ୍ତର ରଖିଥିଲେ ମୁକେଶ ମହାଲିଙ୍ଗ ।
ରାଜ୍ୟରେ ଅଦ୍ୟାବଧି ମୋଟ୍ ୫୧୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ । ତେବେ ଏହି ସବୁ ଗ୍ରାମକୁ ମୋବାଇଲ ସେବା ଯୋଗେଇଦେବା ସରକାର ପ୍ରୟାସ ଜାରି ରଖିଛନ୍ତି ।
ଭାରତ ସରକାରଙ୍କ ଡିଜିଟାଲ ଭାରତନିଧ୍ (DBN) ପ୍ରକଳ୍ପ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଅଛି । ତନ୍ମଧ୍ୟରୁ ୨୫୭୨ଟି ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି । ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମୁକେଶ ମହାଲିଙ୍ଗ କହିଛନ୍ତି ।