fbpx

୨୬୨୯ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦବୀ ପାଇଁ ଆବେଦନ ତାରିଖ ବଦଳିଲା: OSSSC ଜାରି କଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ସ୍ଥିର ହୋଇଥିବା ତାରିଖ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ମାସ ପହିଲାରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବା ଓ ଏପ୍ରିଲ ୩୦ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ୍ ସବମିସନ୍ ପାଇଁ ତାରିଖ ରହିଥିଲା । ତେବେ ନୂଆ ଶିଡ୍ୟୁଲ ନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ।

ନୂଆ ଶିଡ୍ୟୁଲ ମୁତାବକ, ମେ ୧ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ମେ ୨୫ ତାରିଖରେ ସରିବ । ସେହିପରି ମେ ୩୧ ଅନଲାଇନ୍ ସବମିସନର ଶେଷ ତାରିଖ ରହିଛି । ଅନ୍ୟ ସମସ୍ତ ନିୟମ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।

ଲିଙ୍କ: https://www.osssc.gov.in/Docs/ST-SC-RESCHEDULE.PDF

Get real time updates directly on you device, subscribe now.