ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ପାଳନ କରିବା ପାଇଁ ଏହି ପର୍ବ ପାଳନ କରାଯାଏ । ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ । ଏହା ସାରା ଦେଶରେ ଖୁବ ହର୍ଷ, ଉଲ୍ଲାସରେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । କୃଷ୍ଣ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ବାଲ ଗୋପାଳ । ତେଣୁ ପ୍ରତ୍ୟେକ ମାସ ଏହି ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତେବେ ଚଳିତବର୍ଷ କେଉଁ ତାରିଖରେ ପଡ଼ୁଛି ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି? ଆସନ୍ତୁ ଜାଣିବା କେବେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ…
ଜନ୍ମାଷ୍ଟମୀ ପ୍ରତ୍ୟେକ ବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହୋଇଥାଏ । ଚଳିତବର୍ଷ ଆସନ୍ତା ଅଗଷ୍ଟ ୨୬ ତାରିଖ ସକାଳ ୩.୩୯ ସମୟରୁ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ଆରମ୍ଭ ହେଉଛି । ତେବେ ଏହାର ପର ଦିନ ଅର୍ଥାତ୍ ଅଗଷ୍ଟ ୨୭ ତାରିଖ ରାତି ୨.୧୯ ମିନିଟରେ ଶେଷ ହେବ ଏହି ପବିତ୍ର ତିଥି । ତେଣୁ ଉଦୟତିଥି ଅନୁସାରେ, ଚଳିତବର୍ଷ ଅଗଷ୍ଟ ୨୬ ତାରିଖ ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବ ସାରା ଭାରତ ।
ଜନ୍ମାଷ୍ଟମୀର ଶୁଭ ମୁହୂର୍ତ୍ତ:
- ଭାଦ୍ରପଦ କୃଷ୍ଣ ଅଷ୍ଟମୀ ତିଥି ୨୬ ଅଗଷ୍ଟ ୨୦୨୪, ୦୩:୩୯ ପୂର୍ବାହ୍ନରୁ ଆରମ୍ଭ ହେଉଛି
- ଭାଦ୍ରପଦ କୃଷ୍ଣ ଅଷ୍ଟମୀ ତାରିଖ ୨୭ ଅଗଷ୍ଟ ୨୦୨୪, ୦୨:୧୯ ପୂର୍ବାହ୍ନରେ ଶେଷ ହେବ
- ରୋହିଣୀ ନକ୍ଷତ୍ର ୨୬ ଅଗଷ୍ଟ ୨୦୨୪, ୦୩:୫୫ ଅପରାହ୍ନରେ ଆରମ୍ଭ ହେଉଛି
- ରୋହିଣୀ ନକ୍ଷତ୍ର ୨୭ ଅଗଷ୍ଟ ୨୦୨୪, ୦୧:୩୮ ଅପରାହ୍ନରେ ଶେଷ ହେବ
- କାହ୍ନା ପୂଜା ସମୟ ୧୨.୦୬- ୧୨.୫୧ ପୂର୍ବାହ୍ନ, ୨୭ ଅଗଷ୍ଟ