fbpx

୨୭ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୯ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୨ ହଜାର ୪୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୨୩ ଲକ୍ଷ ୫୯ ହଜାର ୪୮୯କୁ ବୃଦ୍ଧି ପାଇଛି । ମୋଟ ୯ କୋଟି ୮୬ ଲକ୍ଷ ୫୩ ହଜାର ୬୪୦ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୧୦ ଲକ୍ଷ ୩ ହଜାର ୩୭୧ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୮୯ ହଜାର ୧୫୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୧ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୨ ହଜାର ୪୭୦ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.