fbpx

ଏ କି ଆଶ୍ଚର୍ଯ୍ୟ! ଦୁର୍ଘଟଣାରେ ୨୭୫ ମୃତ୍ୟୁ, କିନ୍ତୁ ଉଭୟ ଟ୍ରେନର ୨ ଲୋକୋ ପାଇଲଟ ନିର୍ଦ୍ଦୋଷ

Advertisement

ଭୁବନେଶ୍ୱର: କରମଣ୍ଡଳ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍ । ଭୟଙ୍କର ଦୁର୍ଘଟଣାର ପରିଣାମକୁ ନେଇ ଭାରତ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ତେବେ ଦୁର୍ଘଟଣାସ୍ଥଳରେ ଗତକାଲିଠୁ ପୁଣିଥରେ ସ୍ୱାଭାବିକ ଭାବରେ ଟ୍ରେନ ଚାଲିବା ଆରମ୍ଭ କରିଛି ସତ, କିନ୍ତୁ ଏବେ ବି ଏହି ଦୁର୍ଘଟରାକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ଏମିତି କି ଏହା ସତରେ ଏକ ଦୁର୍ଘଟଣା ନା ଷଡଯନ୍ତ୍ର ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଦୁର୍ଘଟଣା କାହାର ଭୁଲ ଯୋଗୁଁ ଘଟିଛି ନା ଏହା ମେସିନରେ କୌଣସି ତ୍ରୁଟି ଯୋଗୁଁ ହୋଇଛି ତାହାର ଉତ୍ତର ମଧ୍ୟ ଖୋଜିବା ପାଇଁ ବାହାନଗାରେ ସିବିଆଇ ଟିମ୍ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।

ବାଲେଶ୍ୱର ଷ୍ଟେସନ ୪ ଲାଇନ ବିଶିଷ୍ଟ ହୋଇଥିବା ବେଳେ ଏଥିରୁ ୨ଟି ମେନ୍ ଲାଇନ୍ ଏବଂ ଆଉ ୨ଟି ଲୁପ ଲାଇନ୍ ରହିଛି । ଏହି ମେନ୍ ଲାଇନ୍ କେବଳ ସିଧା ଯାଏ ଏବଂ ଲୁପ ଲାଇନ୍ ଟର୍ଣ୍ଣ କରିବା ପାଇଁ ରହିଥାଏ । କିନ୍ତୁ ଜୁନ୍ ୨ ତାରିଖ ଦୁର୍ଘଟଣା ସମୟରେ ଲୁପ ଲାଇନରେ ପୂର୍ବରୁ ଏକ ମାଲଗାଡି ଠିଆ ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭରଙ୍କୁ ଗ୍ରୀନ ସିଗନାଲ ମିଳିଥିବା ବେଳେ ଏହାକୁ ମେନ୍ ଲାଇନ୍ ଦେଇ ସିଧା ଯିବାର ଥିଲା । କିନ୍ତୁ କରମଣ୍ଡଳ ଅଚାନକ ଲୁପ୍ ଲାଇନ୍ ଦେଇ ଚାଲି ଯାଇଥିଲା । କରମଣ୍ଡଳର ଡ୍ରାଇଭରଙ୍କର କୌଣସି ଭୁଲ ନଥିବା କହିଛନ୍ତି ରେଲୱେ ବୋର୍ଡ । ତେବେ ଦୁର୍ଘଟଣା ପରେ ବେହୋସ ହେବା ପୂର୍ବରୁ କରମଣ୍ଡଳର ଡ୍ରାଇଭର କହିଥିଲେ ଯେ, ସିଗନାଲ ଗ୍ରୀନ ଥିଲା । ତେବେ ଏହାପରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ କରମଣ୍ଡଳର ଡ୍ରାଇଭର ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ମାମଲାକୁ ନେଇ ଅନେକ ପ୍ରଶ୍ନ ଘେରି ରହିଛି । ସିଧା ଯିବା ଗାଡି ଲୁପ ଲାଇନକୁ ଗଲା କାହିଁକି? ଗାଡି ମଧ୍ୟ ଦ୍ରୁତ ଗତିରେ ଯାଉ ନଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । ତାହେଲେ ଦୁର୍ଘଟଣା ହେଲା କେମିତି? ଦୁର୍ଘଟଣାସ୍ଥଳରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ସିବିଆଇ ଏବଂ ଫରେନ୍ସିକ ଟିମ୍ ।

Get real time updates directly on you device, subscribe now.