fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୮.୩୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୩୯ ହଜାର ୫୧୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୧ ଲକ୍ଷ ୫୦ ହଜାର ୮୯୪କୁ ବୃଦ୍ଧି ପାଇଛି । ମୋଟ ୧୦ କୋଟି ୪୮ ଲକ୍ଷ ୭୭ ହଜାର ୭୨୮ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୨୪ ଲକ୍ଷ ୩୩ ହଜାର ୬୫୬ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୬ ହଜାର ୭୨୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୧ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୬ ହଜାର ୬୧୧ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.