fbpx
BJD SKY
BJD SKY

୨୮ଟି ପୋଷ୍ଟ ପ୍ରତ୍ୟାହାର, ଆବେଦନ ପୂର୍ବରୁ ଧ୍ୟାନ ଦିଅନ୍ତୁ: ମିଳିତ ବୈଷୟିକ ସେବା ପରୀକ୍ଷାକୁ ନେଇ OSSCର ଗୁରୁତ୍ୱପୂର୍ଣ୍ଣ ନୋଟିସ୍

BJD

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୮ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ତେବେ ଏହା ମଧ୍ୟରେ କିଛି ପଦକୁ ପ୍ରତ୍ୟାହାର କରିନିଆଯାଇଛି । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଆପଣମାନେ ଯଦି ଲାବୋରେଟୋରୀ ଆସିଷ୍ଟାଣ୍ଟ, ଲାବୋରେଟୋରୀ ଆଟେଣ୍ଡାଣ୍ଟ ପଦ ପାଇଁ ଆବେଦନ କରୁଛନ୍ତି, ତେବେ ଏଥିପାଇଁ ଆସିଛି ଏକ ବଡ଼ ଖବର । ୧୫ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ୧୩ଟି ଲାବୋରେଟୋରୀ ଆଟେଣ୍ଡାଣ୍ଟ ପଦକୁ ପ୍ରତ୍ୟାହାର କରାଯାଇଛି । ଏନେଇ ଓଏସଏସସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ଏହି ନିଯୁକ୍ତିର ଅନଲାଇନ୍ ଆବେଦନ ପ୍ରକ୍ରିୟା ଡିସେମ୍ବର ମାସ ୨୦ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ଡିସେମ୍ବର ୨୦ରୁ ଜାନୁଆରୀ ୨୨ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରିପାରିବେ । ଡିସେମ୍ବର ୨୦ରୁ ଜାନୁଆରୀ ୨୪ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ପ୍ରାର୍ଥୀଙ୍କୁ ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ, ଜୁନିୟର ଇଞ୍ଜିନିୟର (ମେକାନିକାଲ), ଜୁନିୟର ଇଞ୍ଜିନିୟର (ସିଭିଲ), ଟ୍ରେସର ଆଦି ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ, ସହରୀ ଯୋଜନା ନିର୍ଦ୍ଦେଶାଳୟ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ, ଖଣି ଓ ଭୂବିଜ୍ଞାନ, ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.