fbpx

ବଡ ଖବର: ଆଜି ରାଜ୍ୟରେ ୨୯୯୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨୩ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି୨୨୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୭୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗୀରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରପଡାରୁ ୪୩, କେନ୍ଦୁଝରରୁ ୬୩, କେରାପୁଟରୁ ୯୫, ମାଲାକାନଗିରିରୁ ୮୫, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡାରୁ ୧୧, ପୁରୀରୁ ୧୫୬, ରାୟଗଡାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଓ ସୁନ୍ଦରଗଡରୁ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.