fbpx

ଆସନ୍ତାକାଲିଠାରୁ ଦୁଇ ଦିନ ସଟଡାଉନ ରହିବ ରାଜ୍ୟର ଏହି ଜିଲ୍ଲାର ଟାଉନ, ଜାଣନ୍ତୁ

ଢ଼େଙ୍କାନାଳ, ୨୬ା୮(ଓଡ଼ିଶା ଭାସ୍କର):ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଢ଼େଙ୍କାନାଳ ଟାଉନ ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ସଟଡାଉନ ରହିବ । ଦୁଇ ଦିନ ସଟଡାଉନ ଘୋଷଣା କରିଛନ୍ତି ଢ଼େଙ୍କାନାଳ ଜିଲ୍ଳାପାଳ । ଶନିବାର ଓ ରବିବାର ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ମଧ୍ୟ ରହିବ । ସଟଡାଉନ ସମୟରେ ସହରର ସମସ୍ତ ପରିବାର ଦୋକାନୀଙ୍କ କରୋନା ଟେଷ୍ଟ କରାଯିବ । କରୋନା ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ୨ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୯୪୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୪୪୧ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ଓଡ଼ିଶାରେ ୨୭୬୩୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.