fbpx

କାଶ୍ମୀରରେ ଆରମ୍ଭ ହେଲା ୨-ଜି ଇଣ୍ଟରନେଟ୍‍ ସେବା

ଶ୍ରୀନଗର ,୨୫ ।୧: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଧିରେ ଧିରେ ହଟାଯାଉଛି । ପ୍ରିପେଡ୍ ଓ ପୋଷ୍ଟପେଡ୍ ମୋବାଇଲ ସେବା ଲାଗୁ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ସବୁଜ ସଂକେତ ଦିଆଯାଇଛି । ଆଜିଠାରୁ କାଶ୍ମୀର ଉପତ୍ୟକାରେ ସମସ୍ତ ପୋଷ୍ଟପେଡ୍‍ ଓ ପ୍ରିପେଡ୍‍ ୨-ଜି ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ଆରମ୍ଭ ହୋଇଛି । ତେବେ ଜାମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ଅନୁମୋଦିତ କେବଳ ୩୦୧ଟି ୱେବ୍‍ସାଇଟ୍‍କୁ ଏହି ସେବା ଦ୍ୱାରା ସଂପର୍କ ସ୍ଥାପନ କରାଯାଇ ପାରିବ । ବ୍ୟାଙ୍କ ସେବା, ଶିକ୍ଷା, ସମ୍ବାଦ, ଯାତ୍ରା, ନିଯୁକ୍ତି ଭଳି କେତେକ ୱେବ୍‍ସାଇଟ୍‍ ଏଥିରେ ଅନ୍ତର୍ଭୁକ୍ତ ହୋଇଛି ।

Get real time updates directly on you device, subscribe now.