fbpx

ମଧ୍ୟ ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୩ ସଦସ୍ୟଙ୍କୁ ହତ୍ୟା

ମଧ୍ୟ ପ୍ରଦେଶ,୨୧/୪: ମଧ୍ୟ ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ୟାରେଲାଲ କନୱାରଙ୍କ ପରିବାରର ତିନି ସଦସ୍ୟଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ଅନୁଯାୟୀ ମଧ୍ୟପ୍ରଦେଶର କୋରବା ଜିଲ୍ଲାରେ ନିଜ ଗାଁରେ ପ୍ୟାରେଲାଲ କନୱାରଙ୍କ ପୁଅ, ବୋହୁ ଏବଂ ନାତୁଣୀଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଛି  ।

ପୋଲିସର କହିବା ଅନୁଯାୟୀ ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । କୋରବା ପୋଲିସ ଏସଆଇ ଅଭିଷେକ ମେନନ କହିଛନ୍ତି, ହରିଶ କାନୱାର, ସୁମିତ୍ରା କାନୱାର ଏବଂ ଆଶି କାନୱାର(୫) ଙ୍କ ମୃତଦେହ ନିଜ ଘରୁ ମିଳିଛି । ଆମେ ମାମଲାର ଅନୁସନ୍ଧାନ କରୁଛୁ । କେତେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ଏବଂ ପଚରାଉଚରା ଚାଲିଛି ।

କଂଗ୍ରେସର ବରିଷ୍ଠ ନେତା ଏବଂ ରାଜସ୍ୱ ମନ୍ତ୍ରୀ ଜୟ ସିଂହ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଛନ୍ତି ।

Get real time updates directly on you device, subscribe now.