fbpx
BJD
BJD SKY
BJD SKY

ମାଓବାଦୀଙ୍କ ଦ୍ୱାରା ୩ ମହିଳା ସ୍ୱାସ୍ଥ୍ୟକର୍ମୀ ଅପହରଣ

BJD

ଛତିଶଗଡ଼ ୯ା୪ (ଓଡିଶା ଭାସ୍କର) : ୩ ମହିଳା ସ୍ୱାସ୍ଥ୍ୟକର୍ମୀ ଅପହରଣ । ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ ବିଜାପୁର କଙ୍କାନାର ଗାଁରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । କେଉଁ କାରଣରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଛି ତାହା ଏବେ ଯାଏ ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଏନେଇ ପରିବାର ଲୋକେ ଭୟଭୀତ ଥିବା ବେଳେ ପୋଲିସ ନିଜର ଯାଞ୍ଚ ଜାରି ରଖିଛି । ସୂଚନା ଅନୁସାରେ ଗତ ୩ ତାରିଖରେ ବିଜାପୁର ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ । ଅପହରଣର ୬ ଦିନ ପରେ ଗୁରୁବାର ଅପରାହ୍ନରେ ମାଓବାଦୀ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଥିଲେ ।

Get real time updates directly on you device, subscribe now.