fbpx

ଓଡିଶାରେ ପହଞ୍ଚିବ ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର)  : ଦେଶରେ କରୋନା ପ୍ରଭାବ ପୁଣି ଥରେ ବଢ଼ିବାକୁ ଲାଗିଛି । କରୋନାର ପ୍ରଥମ ଲହରଠାରୁ ଏହି ଦ୍ୱିତୀୟ ଲହର ବେଶ୍ ପ୍ରଭାବଶାଳୀ ରହିଛି । ଯାହାକୁ ନେଇ ବିଭିନ୍ନ ରାଜ୍ୟର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ଭିତରେ ଲୋକମାନେ ଟିକା ଉପରେ ଆଶା ବାନ୍ଧି ବସିଛନ୍ତି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାକୁ ଆସୁଛି ଆହୁରି ୩ ଲକ୍ଷ ୪୯ ହଜାର ଟିକା । ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୁଚନା ଦେଇଛନ୍ତି । ତେବେ ଏହି ୩ ଲକ୍ଷ ୪୯ ହଜାର ଟିକା ଯାହା ରାଜ୍ୟରେ ପହଞ୍ଚିବାକୁ ଯାଉଛି ତାହା ମାତ୍ର ୩ ଦିନ ହିଁ ଯିବ ବୋଲି କୁହାଯାଉଛି ।

ସୁଚନା ଅନୁସାରେ, ଓଡିଶାରେ ବର୍ତ୍ତମାନ କରୋନା ଟିକାକରଣ ଜାରି ରହିଛି । ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଲୋକେ ଟିକା ନେଉଛନ୍ତି । ଏହି କ୍ରମରେ ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଜଣ ଲୋକ ଟିକାକରଣ କରିଛନ୍ତି । ୫ ଦିନରେ ୧୦ ଲକ୍ଷ ଟାର୍ଗେଟ କରାଯାଇଥିବା ବେଳେ ଏହି ସଂଖ୍ୟା ୧୧ ଲକ୍ଷ ପାର କରିଛି । ଯେଉଁଭଳି ଭାବେ ସଂକ୍ରମଣ ହାର ବଢ଼ିଚାଲିଛି ତାକୁ ହୃଦୟଙ୍ଗମ କରି ଲୋକେ ଅଧିକରୁ ଅଧିକ ଟିକା ନେବା ନେଇ ଆକୃଷ୍ଟ ହେଉଛନ୍ତି । ସେହିପରି ଅପରପକ୍ଷରେ ୩ ଲକ୍ଷ ୪୭ ହଜାର କୋଭିସିଲଡ୍ ଟିକା ମହଜୁଦ୍ ରହିଛି ।

Get real time updates directly on you device, subscribe now.