fbpx

(Video) ଖୋର୍ଦ୍ଧା ରୋଡ ଷ୍ଟେସନରେ ୩ ପେଟି ଗୋମାଂସ ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ଜବତ ହେଲା ତିନିବାକ୍ସ ମାଂସ । ଜବତ ମାଂସ ଗୋମାଂସ ବୋଲି ସନ୍ଦେହ । ଏଇ ନେଇ ଜଣକୁ ଅଟକ ରଖିଛି ଖୋର୍ଦ୍ଧା ରୋଡ ଏଜଚ । କିଛି ଦିନ ହବ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଗୋମାଂସ ଟ୍ରେନ ଯୋଗେ ଦଲାଲ ମାଧ୍ୟମରେ ବିଭିନ୍ନ ସହରକୁ ଚାଲାଣ ହଉଥିବା ଜାଣିବାକୁ ପାଇଥିଲେ ଖୋର୍ଦ୍ଧା ଜ଼ିଲ୍ଲା ଗୋ ରକ୍ଷକ । ତିନି ଚାରି ହେବ ଷ୍ଟେସନ ଉପରେ ନଜର ରଖିବା ପରେ ଶେଷରେ ଆଜି ଏଇ ମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଖୋର୍ଦ୍ଧା ରୋଡ ଷ୍ଟେସନ ରେ ପୂର୍ବରୁ ପାର୍ସଲ ଯୋଗେ ଚନ୍ଦନକାଠ, ଗଂଜେଇ ସହ ବିଭିନ୍ନ ମାରଣସ୍ତର ମଧ୍ୟ ଚାଲାଣ ହଉଥବା ବେଳେ କିଛି ଅନୁଷ୍ଠାନ ତରଫରୁ ଅଭିଯୋଗ ପରେ ଏହା ଜବତ ମଧ୍ୟ ହୋଇଛି । ଖୋର୍ଦ୍ଧା ରୋଡ ପାର୍ସଲ ଅଫିସ ଦଲାଲ୍ ଙ୍କ କବାଜରେ ଥିଲାବେଳେ, ମୋଟା ଅଙ୍କର ପାଉଣା ନେଇ ଏଇ ପାର୍ସଲ କର୍ମଚାରୀ ଏଇ ସବୁ ଘଟୁଉଥିବା ଅଭିଯୋଗ ହଉଛି । ଆଜି ସକାଳୁ ଏକ ଅଟୋ ଯୋଗେ ଜଣେ ଦଲାଲଙ୍କ ପାଖୁକୁ ୫ ବାକ୍ସ ବୁକିଂ ପାଇଁ ଆସୁଥିଲା । ବାକ୍ସକୁ ନେବାକୁ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇଥିଲା ।

ଦଲାଲ ଜଣକ ଏଇ ୫ଟି ବାକ୍ସ ନେଇ ଯାଉଥିବାବେଳେ ସେଥିମଧ୍ୟରୁ ୩ ବାକ୍ସ ଗୋ ମାଂସ ବୋଲି ଜଣାପଡିଛି । ଏଇ ନେଇ ପ୍ରଥମ ଜଟଣୀ ବଜରଙ୍ଗୀ ସେବାସଙ୍ଘ ଉକ୍ତ ଦଲାଲ କୁ ଧରିବାରେ ସକ୍ଷମ ହୋଇଥିଲା । ପରେ ଖୋର୍ଦ୍ଧା ଜ଼ିଲ୍ଲା ଗୋ ରକ୍ଷକଙ୍କୁ ଜଣାଇଥିଲା ଉଭୟ ମିଶି ଏଜଚ ଓ ଜଚୠ ଜଣାଇବା ପରେ ଘଟଣା ସ୍ଥଳରେ ଏଜଚ ଓ ଜଚୠ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.