fbpx
BJD SKY
BJD SKY

UCIL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୩୦ ପ୍ରକାର ପଦରେ ରହିଛି ଚାକିରି ସୁଯୋଗ

BJD

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ୟୁସିଆଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ, ଗ୍ରୁପ-ବି ଓ ଅନ୍ୟ ପଦରେ ନିଯୁକ୍ତି ଦିଆଯିବ । ଜେନେରାଲ ମ୍ୟାନେଜର, ଡେପୁଟି ମ୍ୟାନେଜର, ଚିଫ୍ ସୁପରିଟେଣ୍ଡେଣ୍ଟ, ସୁପରଭାଇଜ, ଫୋରମ୍ୟାନ (ମାଇନିଂ) ଆଦି ପଦ ଖାଲି ରହିଛି ।

ଜେନେରାଲ , ଇଡବ୍ଲ୍ୟୁଏସ ଓ ଓବିସି (ଏନସିଏଲ) ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଏସସି, ଏସଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଏସବିଆଇ ଜରିଆରେ ଅନଲାଇନ ମୋଡ଼ରେ କରାଯିବ । ଚଳିତ ବର୍ଷ ଅଗଷ୍ଟ ମାସ ୧୮ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଅଗଷ୍ଟ ମାସ ୧୮ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ପଠାଇବାକୁ ଅନୁରୋଧ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଓ ଦରମା ହାର ଅଲଗା ଅଲଗା ରହିଛି । ଏସସି / ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ କୋହଳ କରାଯିବ । ଲିଖିତ ପରୀକ୍ଷା / ଗ୍ରୁପ ଡିସକସନ / ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରୁ ‘ଆପ୍ଲିକେସନ ଫର୍ମ’ ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://ucil.gov.in/pdf/job/Advt_04%20of%202023_final.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ucil.gov.in/

Get real time updates directly on you device, subscribe now.