fbpx

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ

AAKASH

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଜପତିରୁ ସର୍ବାଧିକ ୪୭ ଓ ଗଞ୍ଜାମରୁ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ବରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୫ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ସୁବର୍ଣ୍ଣପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ ମାଲକାନଗିରିରୁ ୨ ଲେଖାଏଁ ଚିହ୍ନଟ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି ।

Get real time updates directly on you device, subscribe now.