fbpx
BSKY
BJD MC SKY
BJD YOUTH SKY

୧୩ ବର୍ଷର ନାବାଳକ ଓ ୩୧ ବର୍ଷୀୟା ମହିଳାଙ୍କ ଲଭ ଷ୍ଟୋରି: ଛୁଆ ଜନ୍ମ ପରେ ଖୋଲିଗଲା ସବୁ ରାଜ୍, ମହିଳା ଏବେ ଜେଲରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଓ ପ୍ରେମ ବ୍ୟାପାରକୁ ନେଇ ଅନେକ ନୂଆ ନୂଆ ଘଟଣା ସବୁ ଘଟୁଛି । ତେବେ ଏହା ମଧ୍ୟରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଜଣେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ । ଏହାପରେ ମହିଳା ଜଣଙ୍କ ଏକ ଛୁଆକୁ ଜନ୍ମ ଦେଇଥିଲେ । ତେବେ ଛୁଆ ଜନ୍ମ ହେବା ପରେ ମହିଳାଙ୍କର ସବୁ ରାଜ୍ ଖୋଲିଯାଇଥିଲା । ଏହି ଘଟଣାରେ ମହିଳାଙ୍କ ନାମରେ କେସ୍ ଦାୟର ହେବା ସହ ତାଙ୍କୁ ଜେଲଦଣ୍ଡ ହୋଇଛି ।

ସୂଚନା ମୁତାବକ, ଆମେରିକାର କୋଲୋରାଡୋରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଜଣେ ୩୧ ବର୍ଷୀୟା ମହିଳା ଜଣେ ୧୩ ବର୍ଷର ବାଳକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ । ତେବେ ମହିଳା ଜଣଙ୍କ ଏକ ଛୁଆକୁ ଜନ୍ମ ଦେବା ପରେ ତାଙ୍କ ବିରୋଧରେ ମାମଲା ଦାୟର ହେବା ସହ ୯୦ ଦିନର ଜେଲଦଣ୍ଡ ଶୁଣାଣି ହୋଇଥିଲା । ଏବେ ମହିଳା ଜେଲରେ ରହିଛନ୍ତି । ଶିଶୁଟିର ପିତାଙ୍କ ବୟସ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ମହିଳା ଜଣଙ୍କ ଏହା ପୂର୍ବରୁ ଗତବର୍ଷ ଜୁଲାଇ ମାସରେ ମଧ୍ୟ ଗିରଫ ହୋଇଥିବା ଜଣପଡ଼ିଛି ।

ନାବାଳକଙ୍କ ସହିତ ଯୌନ ଶୋଷଣ ନେଇ ମହିଳାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ନାବାଳକଙ୍କ ସହିତ ନିଜର ରିଲେସନଶିପକୁ ନେଇ ମହିଳା ଜଣଙ୍କ ସ୍ୱୀକାର କରିଥିଲେ । ତେବେ କୁହାଯାଉଛି ମହିଳା ହେଉଛନ୍ତି ଉକ୍ତ ନାବାଳକଙ୍କ ସରୋଗେଟ୍ ମଦର । ସେଥିପାଇଁ ସେ ମହିଳାଙ୍କୁ ମମ୍ ବୋଲି ଡାକୁଥିଲେ । ନାବାଳକ ମହିଳାଙ୍କ ସହିତ କେବେଠାରୁ ରହିଆସୁଥିଲେ ସେନେଇ ପୋଲିସ ପକ୍ଷରୁ କିଛି ସୂଚନା ମିଳିନାହିଁ । ପୀଡ଼ିତ ନାବାଳକଙ୍କ ମାଆ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.