fbpx

ଦିନକରେ ୩୩୬ ମୃତ, ୨୩ ହଜାର ଆକ୍ରାନ୍ତ

Advertisement

ନୂଆଦିଲ୍ଲୀ, ୨୫ା୧୨: ଦେଶରେ ଦିନକରେ ୩୩୬ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୨କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ୨୩ ହଜାର ୬୮ ଜଣ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୬ ରହିଛି । ଦିନକ ମଧ୍ୟରେ ୨୪ ହଜାର ୬୬୧ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ଟିଭ କେସ ୨ ଲକ୍ଷ ୮୧ ହଜାର ୯୧୯ ଜଣ ରହିଥିବା ବେଳେ ୯୭ ଲକ୍ଷ ୧୭ ହଜାର ୮୩୪ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୪୮ ହଜାର ୪୩୪କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୭ କୋଟି ୯୭ ଲକ୍ଷ ୧୨ ହଜାର ୮୭୩ରେ ପହଞ୍ଚିଛି ।

Get real time updates directly on you device, subscribe now.