fbpx

ସ୍କୁଲ ବସକୁ ୩୭ ହଜାର ୫୦୦ ଫାଇନ୍

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ ଜୋରଦାର ଫାଇନ୍ ଆଦାୟ ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ଏକ ସ୍କୁଲ ବସକୁ ଆଜି ୩୭ ହଜାର ୫୦୦ ଟଙ୍କାର ଫାଇନ୍ ହୋଇଛି । ଇନଫୋସିସ୍ ଛକରେ ସ୍କୁଲ ବସର ଚାଲାଣ କାଟିଛି ଏମଭିଆଇ । ଗାଡିର ଫିଟନେସ୍ ସାର୍ଟିଫିକେଟ୍ ନଥିବା ବେଳେ ଇନ୍ସରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍ ନଥିବାକୁ ଚାଲାଣ କଟାଯାଇଛି । ପଞ୍ଜିକରଣ ନଥିବାବେଳେ ବସଟି ଛୁଆଙ୍କୁ ନେଇ ସ୍କୁଲ ଯାଉଥିବା ଜଣାପଡିଛି ।

ସେହିପରି ଆଜି ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସକୁ ସିଜ୍ କରାଯିବା ସହ ୫୧ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ଉଭୟ ଗାଡ଼ିକୁ ୨୫ହଜାର ୫୦୦ ଟଙ୍କା ଲେଖାଏଁ ଫାଇନ ହୋଇଛି । ସେହି ଦୁଇଟି ବସକୁ ନୟାପଲ୍ଲୀ ଅଞ୍ଚଳରେ ଆରଟିଓ-୧ ସିଜ କରିଛି । ଗାଡ଼ିର ପଞ୍ଜିକରଣ ,ପରମିଟ ଓ ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ସିଜ୍ ସହ ଫାଇନ ହୋଇଛି । ବିନା ପଞ୍ଜିକରଣ ପାଇଁ ୫ହଜାର ଟଙ୍କା ଫାଇନ ହୋଇଛି । ସେହିପରି ପ୍ରଦୂଷଣ ପାଇଁ ୧୦ହଜାର ଟଙ୍କା ଓ ପରମିଟ ପାଇଁ ୧୦ହଜାର ଟଙ୍କା ଫାଇନ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.