fbpx

(Video) ଖୋଲିଲା ଚୀନର ଅସଲ ମୁଖା: ଗଲୱାନ ଘାଟିରେ ୪ ନୁହେଁ, ୩୮ ଜଣଙ୍କୁ ଶୁଆଇ ଦେଇଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଗତ ୨୦୨୦ରେ ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଘଟିଥିବା ଲଢ଼େଇ ବିଷୟରେ କିଏ ବା ନ ଜାଣେ । ଉକ୍ତ ଲଢ଼େଇରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ତେବେ ଏହି ମାମଲରେ ଚୀନ ନିଜର ଯବାନଙ୍କ ମୃତ୍ୟୁ ସଂଖ୍ୟାକୁ ଲୁଚାଇଥିଲା । ଲଢ଼େଇରେ ମାତ୍ର ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଚୀନ ପକ୍ଷରୁ କୁହାଯାଇଥିଲା । ତେବେ ଏବେ କୁଟଳୀ ଡ୍ରାଗନର ଅସଲ ମୁଖା ଖୋଲିଛି ।

ନିକଟରେ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ କାଳ ରାତ୍ରିରେ ୩୮ ଜଣ ଚୀନ ସୈନିକଙ୍କ ମୃତୁ ଘଟିଥିଲା । ଉକ୍ତ ରାତିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ବାସ୍ତବରେ କ’ଣ ସବୁ ଘଟିଥିଲା, ସେ ସମସ୍ତ ତଥ୍ୟ ପର୍ଦ୍ଦାଫାସ ହୋଇଛି । ଏହି ମାମଲାରେ ଅନେକ ତଥ୍ୟକୁ ଚୀନ ଜାଣିଶୁଣି ଲୁଚାଇବା ସହ ସମଗ୍ର ବିଶ୍ୱକୁ ଏହି କୁଟଳୀ ଦେଶ ମନଗଢ଼ା କାହାଣୀ ଶୁଣାଇଥିଲା । ଏନେଇ ଚୀନ ଅଧିକାରୀମାନେ କିଛି ବ୍ଲକ ଓ ପେଜକୁ ହଟାଇ ଦେଇଥିଲେ ହେଁ ଡିଜିଟାଲ ଆର୍କାଇଭ ସବୁ ପୋଲ୍ ଖୋଲିଦେଇଛି ।

ଜୁନ ମାସ ୧୫ ତାରିଖରେ ଭାରତୀୟ ସେନା ଦ୍ୱାରା ନିର୍ମାଣ କରାଯାଉଥିବା ଏକ ଅସ୍ଥାୟୀ ପୋଲକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାପରେ ଚୀନ ସୈନିକମାନେ ଏହାକୁ ବିରୋଧ କରିବା ସହ ୮୦ ଜଣ ଆଗକୁ ବଢ଼ିଥିଲେ । ଏହାପରେ ୧୦୦ ଜଣ ଭାରତୀୟ ସେନା ମଧ୍ୟ ଆଗକୁ ବଢ଼ି ଦୃଢ଼ ଜବାବ ଦେଇଥିଲେ ।

Get real time updates directly on you device, subscribe now.