fbpx

ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ୪ ମୃତ

ସମ୍ବଲପୁର,୨୧ ।୧(ଓଡିଶା ଭାସ୍କର): ସମ୍ବଲପୁର ପରମାଣପୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଅସ୍ଥାୟୀ ଦୋକାନୀ ଉପରକୁ ଟ୍ରକ୍ ମାଡିଯିବାରୁ ଘଟଣାସ୍ଥଳରେ ୪ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୪ ଜଣ ଗଭୀର ଆହତ ହୋଇଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି ।

ତେବେ ଧନୁଯାତ୍ରା ପାଇଁ ପରମାଣପୁରରେ ମୀନା ବଜାର ପଡିଥିଲା । ଏନେଇ ରାସ୍ତାକଡରେ ବ୍ୟବସାୟୀମାନେ ଅସ୍ଥାୟର ଦୋକାନ ଖୋଲି ବ୍ୟବସାୟ କରିବା ସହ ରାତିରେ ଦୋକାନ ବନ୍ଦ କରି ଶୋଇଥିଲେ । କିନ୍ତୁ ଟ୍ରକ୍ ମାଡିଯିବାରୁ ବ୍ୟବସାୟୀଙ୍କ ପାଇଁ ତାହା ଶେଷ ରାତି ପାଲଟିଗଲା । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.