fbpx

ମିଳିମିଳା କବଳରେ ୪ କୋଟି ଶିଶୁ: ଟିକା ନ ନେବା ପଡ଼ିବ ମହଙ୍ଗା, ଚେତାବନୀ ଦେଲେ WHO ଓ CDC

ନୂଆଦିଲ୍ଲୀ: ଭାରତରେ ଏବେ ଶିଶୁଙ୍କଠାରେ ଦ୍ରୁତ ଭାବେ ମିଳିମିଳା ବଢ଼ିବାରେ ଲାଗିଛି । ଏହି କାରଣରୁ ଅନେକ ଶିଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ମିଳିମିଳା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୩ଟି ରାଜ୍ୟ ପାଇଁ ୩ ସଦସ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ଏହି ଟିମର ସଦସ୍ୟମାନେ ସାର୍ବଜନିକ ସ୍ୱାସ୍ଥ୍ୟ ପଦକ୍ଷେପ ନେବା ସହିତ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବେ ।

ତେବେ ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଓ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ ସଂସ୍ଥା (ସିଡିସି) ପକ୍ଷରୁ ଏକ ରିପୋର୍ଟ ଆସିଛି । କୋଭିଡ-୧୯ ମହାମାରୀ ଆରମ୍ଭ ହେବା ପରେ ମିଳିମିଳାର ଟିକାକରଣରେ ନିମ୍ନମୁଖୀ ଦେଖିବାକୁ ମିଳିଥିଲା । ଏହାଫଳରେ ୨୦୨୧ରେ ବିଶ୍ୱରେ ପାଖାପାଖି ୪ କୋଟି ଶିଶୁ ଟିକାକରଣରୁ ବଞ୍ଚିତ ହୋଇଥିଲେ । ୨.୫ କୋଟି ଶିଶୁ ନିଜର ପ୍ରଥମ ଡୋଜ୍ ମଧ୍ୟ ନେଇ ନେଇ ନଥିଲେ । ସେହିପରି ୧.୪୭ କୋଟି ଶିଶୁ ଦ୍ୱିତୀୟ ଡୋଜ ନେଇ ନଥିଲେ । ଟିକାକରଣରେ ହ୍ରାସ ଘଟିବା ଦ୍ୱାରା ଲକ୍ଷ ଲକ୍ଷ ଶିଶୁଙ୍କ ସଂକ୍ରମଣ ପ୍ରତି ସମ୍ବେଦନଶୀଳତା ସୃଷ୍ଟି ହୋଇଛି ।

୨୦୨୧ରେ ବିଶ୍ୱରେ ପାଖାପାଖି ୯୦ ଲକ୍ଷ ମିଳିମିଳା ମାମଲା ଆସିଥିଲା । ସେମାନଙ୍କ ମଧ୍ୟରୁ ୧,୨୮,୦୦୦ ଜଣ ମୃତ୍ୟୁବରଣ କରିଥିଲେ । ୨୨ଟି ଦେଶରେ ଏହା ଭୟଙ୍କର ରୂପ ନେଇଥିଲା । ଟିକାକରଣରେ ହ୍ରାସ ଘଟିବା ଦ୍ୱାରା ମିଳିମିଳାକୁ ନେଇ ବିଶ୍ୱରେ ଏକ ବଡ଼ ବିପଦର ସମ୍ଭାବନା ରହିଛି । ମିଳିମିଳା ପ୍ରତ୍ୟେକ ସ୍ଥାନ ପାଇଁ ବିପଦଜ୍ଜନକ ହୋଇଥାଏ । ଏହି ଭାଇରସ ଦ୍ରୁତ ଭାବେ ଅନ୍ତର୍ଜାତୀୟ ସୀମା ପାର କରି ସଂକ୍ରମିତ ହୋଇପାରିବ । ମିଳିମିଳାର ବିଲୋପ ପାଇଁ ବର୍ତ୍ତମାନ ହୁ ପକ୍ଷରୁ କୌଣସି ସମାଧାନର ସୂତ୍ର ବାହାରି ନାହିଁ । ଗତ ୨୦୧୬ରେ ଯେଉଁ ଦେଶମାନେ ମିଳିମିଳାକୁ ସମାପ୍ତ କରିଦେଇଥିଲେ, ସେହି ଦେଶମାନଙ୍କରେ ଏବେ ପୁନର୍ବାର ସଂକ୍ରମଣ ଦେଖିବାକୁ ମିଳିଲାଣି ।

Get real time updates directly on you device, subscribe now.