fbpx

ସକାଳୁ ସକାଳୁ ଦୁଖଦଃ ଖବର; ଭାରସାମ୍ୟ ହରାଇ ପୋଲରୁ ଖସିଲା ବସ୍

Advertisement

ଓଡିଶା ଭାସ୍କର; ସକାଳୁ ସକାଳୁ ଏକ ଦୁଖଦଃ ଖବର ଆସି ପହଞ୍ଚିଛି । ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏକାଧିକ ଜଣ ଆହତ ରହିଛନ୍ତି । ଅନ୍ୟପଟେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଛି ।

ସୂଚନା ଅନୁଯାୟୀ, ବସଟି ଭାରସାମ୍ୟ ହରାଇ ରେଲୱେ ଟ୍ରାକକୁ ଖସିବାରୁ ଦୁର୍ଘଟଣା ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା ଦଉସାରେ କଲେକ୍ଟରେଟ୍ ସର୍କଲ ନିକଟରେ ଘଟିଛି । ବସ୍ ୩୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣା ପରେ ୨୮ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରମାନେ ଆହତଙ୍କ ଚିକିତ୍ସା କରୁଛନ୍ତି। ଘଟଣାର ତଦନ୍ତ ପାଇଁ ଏସଡିଏମଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜକୁମାର କାସୱା କହିଛନ୍ତି।

Get real time updates directly on you device, subscribe now.