fbpx

୫୦୦ ଟଙ୍କା ପାଇଁ ୪ଘଣ୍ଟା ଚାଲିଲେ

କୋରାପୁଟ, ୧୬ା୪ (ଓଡ଼ିଶା ଭାସ୍କର); କରୋନା ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ପ୍ରଦାନ କରୁଥିଲାବେଳେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ହିତାଧିକାରୀଙ୍କୁ ମଧ୍ୟ ୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏହି ଟଙ୍କା ନେବାକୁ ଲକ୍ଷ୍ମୀପୁର ବ୍ଲକ ବଡକେଲାର ଗ୍ରାମରୁ ୨୦ରୁ ଉଧ୍ୱର୍ ମହିଳା ରାତି ୨ଟାରୁ ବାହାରି ୨୦ କିଲୋମିଟର ଚାଲି ଚାଲି ସକାଳ ୬ଟାରେ ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରେ ପହଂଚିଥିଲେ । ତେବେ ମହିଳାମାନେ ବ୍ୟାଙ୍କ ସମ୍ମୁଖରେ ବୃତ ଚିହ୍ନ ଭିତରେ ବସି ରହିଥିଲେ । ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି ସେମାନଙ୍କୁ କାହିଁକି ଆସିଛ ବୋଲି ପଚାରି ସମସ୍ତ ବିଷୟରେ ଜାଣିବା ପରେ ଗଣମାଧ୍ୟମକୁ ଦୃଷ୍ଟିଗୋଚର କରିଥିଲେ । ଏବେ ଲକଡାଉନ୍ ଚାଲିଥିବାରୁ କୌଣସି ଯାନବାହାନ ଚଳାଚଳ କରୁନି । ତେଣୁ ଚାଲି ଚାଲି ବ୍ୟାଙ୍କକୁ ଆସିଥିବା କହିଥିଲେ । ବ୍ୟାଙ୍କକୁ ଆସିଲେ ସମାଜିକ ଦୂରତ୍ୱ ରକ୍ଷା କରି ବୃତ ଚିହ୍ନ ଭିତରେ ନରହିଲେ ଟଙ୍କା ମିଳୁନାହିଁ । ତେଣୁ ଆଗରୁ ଆସି ବୃତ ଭିତରେ ଛିଡା ହେଉଛି ବୋଲି କହିଥିଲେ । ତେବେ ୫ଶହ ଟଙ୍କା ପାଇଁ ୧୦ ଘଣ୍ଟା ପରିଶ୍ରମ କରିଥିବା ବେଳେ ଟଙ୍କା ଉଠାଇବା ପରେ ପୁଣି ଚାଲାଚାଲି ଘରକୁ ଫେରିଯିବୁ ବୋଲି ମହିଳାମାନେ କହିଥିଲେ ।

Get real time updates directly on you device, subscribe now.