fbpx

ଭାରତ-ୟୁକ୍ରେନ୍ ମଧ୍ୟରେ ସ୍ୱାକ୍ଷରିତ ହେଲା ୪ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଉପରେ ରହିଛି ବିଶ୍ୱର ନଜର

ନୂଆଦିଲ୍ଲୀ: ପୋଲାଣ୍ଡର ଦ୍ୱିଦିବସୀୟ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୟୁକ୍ରେନ ଗସ୍ତରେ ଯାଇଛନ୍ତି । ଏହା ମଧ୍ୟରେ ମୋଦୀ ସ୍ପେଶାଲ ରେଲ ଫୋର୍ସ ୱାନରେ କୀଭରେ ପହଞ୍ଚିଛନ୍ତି । ଏହାପରେ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ମୋଦୀ କୀଭରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସାକ୍ଷାତ କରିଥିଲେ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦୀଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରାଯାଉଥିବା ବେଳେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।

ତେବେ ଏହି ଗସ୍ତ ପରିପ୍ରେକ୍ଷୀରେ ଭାରତ-ୟୁକ୍ରେନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ ହୋଛି । ପ୍ରଥମ ଏମଓୟୁ- ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏଥିରେ ମାନବୀୟ ସହାୟତା, ଦ୍ୱିତୀୟ ଏମଓୟୁରେ କୃଷି ଓ ଖାଦ୍ୟ, ତୃତୀୟ ଏମଓୟୁରେ ସାଂସ୍କୃତିକ ବୁଜାମଣାକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚତୁର୍ଥ ଏମଓୟୁ ମେଡିସନ ଓ ଡ୍ରଗକୁ ନେଇ ସ୍ୱାକ୍ଷରିତ ହୋଇଛି ।

ପିଏମ୍ ମୋଦୀଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ୧୯୯୧ରେ ୟୁକ୍ରେନ ସ୍ୱାଧିନ ରାଷ୍ଟ୍ରର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ସେହି ରାଷ୍ଟ୍ରକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି । ୟୁକ୍ରେନ ଋଷ ବିପକ୍ଷରେ ଆକ୍ରମଣାତ୍ମକ ସୈନ୍ୟ ଅଭିଯାନ ଚଳାଇଥିବା ମଧ୍ୟରେ ମୋଦୀ ୟୁକ୍ରେନ ଗସ୍ତ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ହାତ ମିଳାଇଥିଲେ ଓ ଆଲିଙ୍ଗନ କରିଥିଲେ ।

Get real time updates directly on you device, subscribe now.