fbpx

CM Kisan Yojna; ପ୍ରତି ବର୍ଷ ମିଳିବ ୪ ହଜାର ଟଙ୍କା, ଓଡ଼ିଶାର କୃଷକଙ୍କ ପାଇଁ ଖୁବଶୀଘ୍ର ନୂଆ ଯୋଜନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଓଡ଼ିଶାର କୃଷକମାନଙ୍କ ପାଇଁ ନୂଆ ଯୋଜନା ଆଣିବେ ସରକାର । ରାଜ୍ୟରେ କୃଷକମାନଙ୍କ ବିକାଶ ପାଇଁ ଖୁବଶୀଘ୍ର ସିଏମ୍ କିସାନ ଯୋଜନା ଆରମ୍ଭ କରାଯିବ । ଏହି ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନେ କରିବେ ରାଜ୍ୟ ସରକାର । ବର୍ଷକୁ ୨ଟି କିସ୍ତିରେ ସରକାର ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ । ତେବେ ଭୂମିହୀନଚାଷୀମାନଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ଦିଆଯିବ । ଓଡ଼ିଶା ସରକାରଙ୍କ ସିଏମ କିସାନ ଯୋଜନାରେ ନୂଆ ଭାବରେ ସାମିଲ ହୋଇଥିବା ଚାଷୀ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ସିଏମ କିସାନ ପୋର୍ଟାଲ ଅଫିସିଆଲୱେବସାଇଟକୁ ଯାଇ ଆବେଦନ କରପାରିବେ ଚାଷୀ ।

Get real time updates directly on you device, subscribe now.