fbpx

ଖୁସି ଖବର: ଆଜି ରାଜ୍ୟରେ ସର୍ବାଧିକ ୪୦୧ ସୁସ୍ଥ

ଭୁବନେଶ୍ୱର,୯ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ପ୍ରକୋପ ବଢିଚାଲିଥିବା ବେଳେ ଆସିଛି ଏକ ଆଶ୍ୱସ୍ତକର ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଓଡିଶାରେ ସୁସ୍ଥ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି ।

ତେବେ ଗଞ୍ଜାମରେ ସର୍ବାଧିକ ୧୦୦ ଓ ଗଜପତିରେ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୨, ଯାଜପୁରରୁ ୩୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ ଓ ଭଦ୍ରକରୁ ୧୪, ବାଲେଶ୍ବରରୁ ୧୨, କେନ୍ଦୁଝର ଓ ମାଲକାନଗିରିରୁ ୧୦-୧୦ ସୁସ୍ଥ, ଜଗତସିଂହପୁରରୁ ୯, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, କନ୍ଧମାଳରୁ ୬, ନୟାଗଡ଼ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଓ ଢେଙ୍କାନାଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.