fbpx

ମୋ ସରକାରରେ ଆଉ ୫ଟି ବିଭାଗ

ଭୁବନେଶ୍ୱର,୪ ।୩(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ଆଉ ୫ଟି ବିଭାଗ ସାମିଲ ହୋଇଛି । ଲୋକସେବା ଭବନରେ ବିଭାଗକୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ୫ଟି ବିଭାଗ ଯଥା- ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଓ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଆଦି ସାମିଲ ହୋଇଛି ।

ସେହିପରି ନିକଟରେ ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ, ଜଳସମ୍ପଦ ବିଭାଗ, ହସ୍ତତନ୍ତ ଓ ବୟନଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ, ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ସଂସ୍କୃତି ଏବଂ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଆଦି ମୋ ସରକାରରେ ସାମିଲ ହୋଇଛି ।

Get real time updates directly on you device, subscribe now.