fbpx

ସପ୍ତଶଯ୍ୟାରେ ନିଖୋଜ ଥିବା ୫ଜଣ ଛାତ୍ର ଉଦ୍ଧାର; ପୋଲିସ ଏବଂ ବନ ବିଭାଗ କର୍ମଚାରୀଙ୍କୁ ମିଳିଲା ସଫଳତା

Advertisement

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡକୁ ରବିବାର ବୁଲିଯାଇଥିବା ୫ଜଣ ଛାତ୍ର ନିଖୋଜ ଥିଲେ । ଗତକାଲି ବଳମ୍ବିତ ରାତିରେ ଉଦ୍ଧାରକାରୀ ଟିମ ପୋଲିସ ଏବଂ ବନବିଭାଗ କର୍ମଚାରୀ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁସାରେ , କଟକରୁ କିଛି ଛାତ୍ରମାନେ ସପ୍ତଶଯ୍ୟା ବୁଲିବାକୁ ଯାଇଥିଲେ । ପ୍ରବଳ ବର୍ଷା ହେବାରୁ ସେହି ଯୁବକମାନେ ପାହାଡ ଉପର ରାସ୍ତା ଭୁଲି ଯାଇଥିଲେ । ଅଧିକ ଅନ୍ଧାର ହେବା କାରଣରୁ ୫ଜଣ ଛାତ୍ର ସପ୍ତଶଯ୍ୟା ପାହାଡରୁ ଫେରି ପାରି ନଥିଲେ ।

ଛାତ୍ରମାନେ ନ ଫେରିବାରୁ ସେମାନଙ୍କ ସମ୍ପକୀୟ ଢେଙ୍କାନାଳ ଥାନାରେ ଏବଂ ବନ ବିଭାଗ ଅଫିସରେ ଅଭିଯୋଗ କରିଥିଲେ । ଏହାପରେ ଉଦ୍ଧାରକାରୀ ଟିମ ଦ୍ୱାରା ଅନ୍ଧାରରେ ଫସିଥିବା ୫ ଜଣ ଛାତ୍ରଙ୍କୁ ବିଳମ୍ବିତ ରାତିରେ ଉଦ୍ଧାରକରିବାରେ ସଫଳ ହୋଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.