fbpx

ପ୍ରବାସୀଙ୍କୁ ଧରି ଆଜି ପହଞ୍ଚିବ ଆଉ ୫ଟି ଟ୍ରେନ

ଭୁବନେଶ୍ୱର,୧୫।୫(ଓଡିଶା ଭାସ୍କର):  କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲାକଡାଉନ ରହିଛି। ତେଣୁ ବାହାର ରାଜ୍ୟରେ ବହୁ ଓଡ଼ିଆ ଫସି ରହିଛନ୍ତି। ତାଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ ଓ ଟ୍ରେନ ବ୍ୟବସ୍ଥା ହୋଇଛି। କିଛି ଦିନ ହେବ ବହୁ ପ୍ରବାସୀ ଓଡିଶା ଫେରୁଛନ୍ତି। ଆଜି ମଧ୍ୟ ପ୍ରବାସୀ ଓଡିଆଙ୍କୁ ଧରି  ପହଞ୍ଚିବ ଆଉ ୫ଟି ସ୍ୱତନ୍ତ୍ର ଟ୍ରେନ । ଦେଶର ବିଭିନ୍ନ ରାଜ୍ୟରୁ ଓଡିଶା ଅଭିମୁଖେ ବାହାରି ସାରିଛି ଟ୍ରେନ୍ । ସୁରତରୁ ୨ଟି ଟ୍ରେନ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ। ସେହିପରି  କୋଏମ୍ୱାଟୁରରୁ   ଭଦ୍ରକ  ଗୋଟିଏ ଟ୍ରେନ , ଗୁଜୁରାଟ ମୋରବିରୁ ବାଲେଶ୍ୱର  ଗୋଟିଏ ଟ୍ରେନ  ,  ତେଲେଙ୍ଗାନା ବିିନିନଗରରୁ ବାଲେଶ୍ୱର ଷ୍ଟେସନରେ  ଗୋଟିଏ ଟ୍ରେନ ପହଞ୍ଚିବା ନେଇ ସୂଚନା ରହିଛି।

 

Get real time updates directly on you device, subscribe now.