fbpx
BJD SKY
BJD SKY

୨୦୨୧ ସୁଦ୍ଧା ୫ଜି: ପିଏମ୍

BJD

ନୂଆଦିଲ୍ଲୀ, ୮ା୧୨: ସ୍ୱଦେଶୀ ଜ୍ଞାନ କୌଶଳରେ ଆଧାରିତ ୫ଜି ୨୦୨୧ରେ ଭାରତରେ ଉପଲବ୍ଧ ହେବ । ଏନେଇ ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ପ୍ରଦାନ କରିଛନ୍ତି । ଏହାଫଳରେ ଭାରତ ଦ୍ୱିତୀୟ ଶିଳ୍ପ ବିପ୍ଲବର ନେତୃତ୍ୱ ନେବ । ଭାରତ ଗ୍ଲୋବାଲ ଡିଜିଟାଲ ସୁପର ପାୱାର ହାସଲ କରିବାରେ ଏହା ସହାୟକ ହେବ । ସବୁଠି ହାଇ ସ୍ପିଡ୍ କନେକ୍ଟିଭିଟି ମିଳିବ । ଆସନ୍ତା ୩ ବର୍ଷରେ ପ୍ରତି ଗାଁରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ସମସ୍ତଙ୍କ ପାଇଁ ଏହା କିପରି ସୁବିଧାରେ ଉପଲବ୍ଧ ହେବ, ସେ ନୀତିରେ ସୁଧାରର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି । ତେବେ ୨୦୨୧ ମସିହାର ମଧ୍ୟଭାଗରେ ଭାରତରେ ୫ଜି ଉପଲବ୍ଧ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.