fbpx

ରାୟଗଡ଼ା ଓ ଗଜପତି ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସବୁ ଜିଲ୍ଳାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଠିକ୍ ଭାବେ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ୍ । ଏହାସହ ରାୟଗଡ଼ା ଓ ଗଜପତି ଗସ୍ତରେ ଆଜି ଯାଇଛନ୍ତି ୫ଟି ସଚିବ । ରାୟଗଡ଼ା ଜିଲ୍ଲାରେ ପହଞ୍ଚି କୋଭିଡ଼ ସ୍ଥିତିର ସମୀକ୍ଷା କରିବା ସହ ସେଠାରେ ଥିବା କୋଭିଡ଼ ହସ୍ପିଟାଲ ଓ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ତାଙ୍କ ସହ ଉପସ୍ଥିତ ରହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସେହିପରି ଗଜପତି ଗସ୍ତରେ ମଧ୍ୟ ଯାଇଛନ୍ତି ୫ଟି ସଚିବ । ସେଠାରେ ଥିବା ସୀତାପୁର ଭାରତମାତା ପରିସରରେ ଥିବା ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ସେ ପରିଦର୍ଶନ କରିଛନ୍ତି ।

Get real time updates directly on you device, subscribe now.