ଭୁଶୁଡ଼ିଲା ପାଦ ଚଲା ବ୍ରିଜ, ନଦୀରେ ପ୍ରବଳ ସ୍ରୋତ ଆସିବାରୁ ଅଘଟଣ, ଭାସିଗଲେ ୨୫ ଜଣ ପର୍ଯ୍ୟଟକ, ୬ ମୃତ
ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି।
ମହାରାଷ୍ଟ୍ର: ପୁଣେରେ ପାଦଚଲା ବ୍ରିଜ୍ ଭୁଶୁଡ଼ି ଭାସିଗଲେ ପର୍ଯ୍ୟଟକ। ଇନ୍ଦ୍ରାୟାଣୀ ନଦୀରେ ପାଦ ଚଲା ବ୍ରିଜ୍ ଭୁଶୁଡ଼ିବାରୁ ଅଘଟଣ। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଗଲା। ବ୍ରିଜ୍ ଉପରେ ଥିବା ପାଖାପାଖି ୨୫ ଜଣ ଲୋକ ପ୍ରବଳ ନଦୀ ସ୍ରୋତରେ ଭାସିଯାଇଥିବା ସୂଚନା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।
ଭୁଶୁଡ଼ିଲା ପୋଲ, ଭାସିଗଲା ୨୫ ଜଣ। ପୁଣେ କୁନ୍ଦମାଲା ଇନ୍ଦ୍ରାୟଣୀ ନଦୀ ପୋଲ ଭୁଶୁଡିଲା। ୨୫ରୁ ଅଧିକ ପର୍ଯ୍ୟଟକ ଭାସିଯାଇଥିବା ସୂଚନା। ନଦୀ ଉପରେ ଥିବା ପୋଲର ଅଧା ଭାଗ ଭୁଶୁଡ଼ିପଡ଼ିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଭାସି ଯାଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି।