fbpx

Breaking: କାଳରାତ୍ରୀରେ କାଳ ହୋଇ ଆସିଲା, ଧକ୍କା ଦେଇ ନେଇଗଲା 6 ଜୀବନ

ମଧ୍ୟପ୍ରଦେଶ: ମଧ୍ୟରାତ୍ରୀରେ ଭୟଙ୍କର ସଡକ ଦୁର୍ଘଟଣା । କାଳରାତ୍ରୀରେ କାଳ ହୋଇ ଆସି 6ଜଣଙ୍କୁ ଖାଇଦେଲା । ମଧ୍ୟପ୍ରଦେଶର ମେହେର ଜିଲ୍ଲାରୁ ଆସିଛି ଏହି ଭୟଙ୍କର ଦୁର୍ଘଟଣାର ଖବର । ଦ୍ରୁତଗତିରେ ଆସି ଏକ ହାଇଓ୍ବାକୁ ଧକ୍କା ଦେଲା ବସ୍ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ବସରେ ରହିଥିବା ମୃତକମାନଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ମଧ୍ୟପ୍ରଦେଶରେ ଭୟଙ୍କର ବାତାବରଣ ଦେଖାଯାଇଛି । ରାସ୍ତାର ପାର୍ଶ୍ବରେ ଛିଡା ହୋଇଥିବା ଏକ ହାଇଓ୍ବାକୁ ଶକ୍ତ ଧକ୍କା ଦେଇଥିଲା ବସ୍ । ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ 6ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାସହ 20ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ତେବେ ବସର ଗତି ଅଧିକ ରହିଥିବା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା କଥା କୁହାଯାଇଛି । ଖବର ପାଇବା ମାତ୍ରେ ମେହର ଜିଲ୍ଲାର ପୋଲିସ ଅଧିକ୍ଷକ ଅନ୍ୟ ସହକର୍ମୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକମାନଙ୍କୁ ଜେସିବି ସାହାଯ୍ୟରେ ବାହାରକୁ ବାହାର କରାଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.