fbpx

ଯୁଦ୍ଧ ଭିତରେ ଫସି ରହିଥିଲେ ୬ ସିଂହ: ପୋଲାଣ୍ଡରେ ପହଞ୍ଚାଇଲେ ଉଦ୍ଧାରକାରୀ ଦଳ

ନୂଆଦିଲ୍ଳୀ: ୟୁକ୍ରେନ ବିପକ୍ଷରେ ଋଷ ଲଗାତାର ୧୬ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହି ମହାଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଥିବା ବେଳେ ୨୦ ଲକ୍ଷରୁ ଅଦିକ ପଳାୟନ କରିସାରିଲେଣି । କିନ୍ତୁ ଏହି ଯୁଦ୍ଧ ଭିତରେ ଫସି ରହିଛନ୍ତି ୬ ସିଂହ ଏବଂ ୬ ଟି ବାଘ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ପେନ ଏବଂ ବେଲଜିୟମର ଆନିମଲ ଶେଲଟରକୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ୬ ସିଂହ ଏବଂ ୬ ବାଘ ସମେତ ୨ଟି ଜଙ୍ଗଲୀ ବିରାଡି ଓ ଗୋଟିଏ ଜଙ୍ଗଲି କୁକୁର ମଧ୍ୟ ଫସି ରହିଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ସିଂହମାନଙ୍କୁ ଗମ୍ଭୀର ପରିସ୍ଥିତିରୁ ବାହାର କରି କିଭର ଆଖପାଖ ଅଞ୍ଚଳରେ ଏକ ସୁରକ୍ଷିତ ଶେଲଟରରେ ରଖାଯାଇଥିଲା । ଏହାପରେ ବୁଧବାର ଦିନ ୪ଟି ସିଂହ ଏବଂ ଜଙ୍ଗଲୀ କୁକୁରକୁ ସ୍ପେନର ଡଚ ପଶୁ କଲ୍ୟାଣ ଚାରିଟି ଇଇଚ ଦ୍ୱାରା ପରିଚାଳିତ ଏଲିକାଣ୍ଟେ ନିଆଯାଇଛି । ରେସ୍କ୍ୟୁ ଟିମ ଦେଇଥିବା ସୂଚନା ଅନୁଯାୟୀ, ଏହି ପଶୁମାନେ ଅସୁସ୍ଥ ରହିଥିଲେ । ସୁଷମ ଖାଦ୍ୟ, ବିଶ୍ରାମ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ପାରିଛି । ତେବେ ଏମାନଙ୍କୁ ନେଇ ଯାଉଥିବା ଟ୍ରକଟି ଋଷର ଟ୍ୟାଙ୍କର ସହ ହୋଇଥିଲା ଆମନାସାମନା । ପୋଲିସ ସୀମା ପର୍ଯ୍ୟନ୍ତ ପ୍ରାୟ ୧୦୦୦ କିଲୋମିଟର ଦୂରରେ ସେନା ତରଫରୁ ବମ ପଡିଥିଲା । ତେବେ ଏହାପରେ ମଧ୍ୟ ସମସ୍ତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇଛି ।

Get real time updates directly on you device, subscribe now.