ସରିଲା ଲୁଚକାଳି ଖେଳ: ପୋଲିସ ହାତରେ ଧରା ପଡିଲେ ଆତଙ୍କବାଦୀ ସଂଗଠନର ୬ ଜଣ ସହଯୋଗୀ

ନୂଆଦିଲ୍ଳୀ: ଆତଙ୍କବାଦୀ ସଂଗଠନ ଏସ୍କର-ଏ-ତୋଏବାର ପର୍ଦ୍ଦାଫାଶ କରିଛି ଜମ୍ମୁ-କଶ୍ମୀର ପୋଲିସ । ସଂଗଠନର ମୋଟ ୬ ଜଣ ସହଯୋଗୀଙ୍କୁ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏଲଇଟି ମଡ୍ୟୁଲର ପର୍ଦ୍ଦାଫାଶ କରି ଆତଙ୍କବାଦୀର ଏହି ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା ଏହି ସହଯୋଗୀମାନଙ୍କୁ ଚିହ୍ନଟ କରିଛି ଜମ୍ମ-କଶ୍ମୀର ପୋଲିସ । ସେମାନେ ହେଉଛନ୍ତି ରୌଫ, ଅହମଦ ଲୋନ, ଆକିବ ମକବୁଲ ଭଟ, ଜାଭେଦ ଅହମଦ ଡାର, ଅର୍ଶୀଦ ଅହମଦ ମୀର, ରମୀଜ ରାଜା ଏବଂ ସଜାଦ ଅହମଦ ଡାର । ସମସ୍ତ ସହଯୋଗୀ ପୁଲୱାମା ଜିଲ୍ଲାର ବିଭିନ୍ନ ଗ୍ରାମର ବାସିନ୍ଦା ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଆତଙ୍କବାଦୀଙ୍କ ବିଭିନ୍ନ କାର୍ଯ୍ୟକଳାପରେ ସହଯୋଗ କରୁଥିଲେ ଏହି ୬ ଜଣ ଅଭିଯୁକ୍ତ । ଏ ନେଇ ଜମ୍ମୁ-କଶ୍ମୀର ତରଫରୁ ଏକ ବୟାନ ଜାରି କରାଯାଇଛି, ଯେଉଁଥିରେ ଏମାନେ ଯାହା ପାଇଁ କାମ କରୁଛନ୍ତି ତା ମ୍ପର୍କରେ ମଧ୍ୟ କିଛି ସୁରାଗ ପାଇଥିବା ପୋଲିସ କହିଛି । ତେଣୁ ଏ ଘଟଣା ପରେ ବିଭିନ୍ନ ଘଟଣାକୁ ଆଧାର କରି ତଦନ୍ତକାର୍ଯ୍ୟ ଆଗକୁ ବଢାଇଛି ଜମ୍ମୁ-କଶ୍ମୀର ପୋଲିସ ।