ମାଟି ତଳେ ଚାପି ହୋଇ ଚାଲିଗଲା ଗୋଟିଏ ପରିବାରର 4 ଟା ଜୀବନ, ଜାଣନ୍ତୁ ପୁରା ଘଟଣା
ଅତଡ଼ା ଖସିବାରୁ ମାଟି ତଳେ ଚାପି ହୋଇ 4 ଜଣଙ୍କ ମୃତ୍ୟୁ
ଉତ୍ତରପ୍ରଦେଶ: ମାଟି ତଳେ ଚାପି ହୋଇ ଚାଲିଗଲା 4-4 ଟା ଜୀବନ, ସେ ପୁଣି ଗୋଟିଏ ପରିବାରର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ସୀମାରେ ଅବସ୍ଥିତ ଭରତପୁରରେ।
ଏକ ଦୁର୍ଘଟଣାରେ ଆଗ୍ରାର ଫତେପୁର ସିକ୍ରିର ଉତ୍ଟୁ ଗାଁର ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ମାଟି ତଳେ ପୋତି ହୋଇ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ପରିବାର ଚମ୍ବଲ ପ୍ରକଳ୍ପର ପାଇପଲାଇନ ଖୋଳା ସ୍ଥାନରୁ ଘର ପ୍ଲାଷ୍ଟର କରିବା ପାଇଁ ମାଟି ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଟୁ ଗାଁର ପ୍ରାୟ ୧୦ ଜଣ ଲୋକ ଜାଙ୍ଗିର ନାଗଲା ନିକଟରେ ଚମ୍ବଲ ପ୍ରକଳ୍ପ ପାଇଁ ଖୋଳାଯାଇଥିବା ୧୦ ଫୁଟ ଗଭୀର ଗାତରୁ ହଳଦିଆ ମାଟି ଭର୍ତ୍ତି କରୁଥିଲେ।
ହଠାତ୍ ସେମାନଙ୍କ ଉପରେ ଏକ ବିରାଟ ମାଟି ଅତଡ଼ା ଖସିପଡ଼ିଲା, ଯାହା ଫଳରେ ମାଟି ଖୋଳୁଥିବା ସମସ୍ତ ଲୋକ ତା ତଳେ ପୋତି ହୋଇଗଲେ। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଭଗ୍ନାବଶେଷ ତଳେ ଚାପି ହୋଇଥିବା ୬ ଜଣଙ୍କୁ ବାହାର କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ 4ଜଣଙ୍କର ଜୀବନ ଚାଲିଯାଇଥିଲା ଏବଂ ଆଉ 2ଜଣ ଗୁରୁତର ଆହତ ହୋଇଥିଲେ। ଯାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।