fbpx

୬ ମାସର ଶିଶୁକୁ କରୋନା: ଭାଇରାଲ ହେଉଛି ଫଟୋ

ପୂର୍ବରୁ ହୃଦଘାତ ସହ ସଂଘର୍ଷ କରୁଥିବା ୬ ମାସର ଶିଶୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି । ବିଟ୍ରେନର ଏହି ଶିଶୁକୁ ମେଡିକାଲରେ ଚିକିତ୍ସା କରାଯାଉଛି । ପିତାମାତାଙ୍କ ସହମତିରେ ବେଡରେ ଉପରେ ଶୋଇଥିବା ଶିଶୁଟିର ଫଟୋ ଉଠାଇବା ପରେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଏରିନ୍ ବେଟ୍ସ ନାମକ ଜଣେ ଶିଶୁ ହାର୍ଟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲା । ୨୦୧୯ ଡିସେମ୍ବରରେ ପିଲାଟିର ହାର୍ଟ ସର୍ଜରୀ ହୋଇଥିଲା । ବ୍ରିଟେନର ଗ୍ରେଟ ମଞ୍ଚେଷ୍ଟରରେ ରହୁଥିବା ଏହି ଶିଶୁଟି କରୋନାରେ ସଂକ୍ରମିତ ଥିବା ନେଇ ଗତ ଶୁକ୍ରବାର ଦିନ ରିପୋର୍ଟ ଆସିଥିଲା । ଏନେଇ ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ଅଳ୍ପ ବୟସରଙ୍କ ସଫଳ ହାର୍ଟର ସଫଳ ଅସ୍ତ୍ରୋପଚାର ହୋଇଥିବାରୁ ଏରିନ୍ସକୁ ଚମକ୍ରାର ଶିଶୁ କୁହାଯାଉଛି ।

Get real time updates directly on you device, subscribe now.