fbpx
BSKY
BJD MC SKY
BJD YOUTH SKY

ବଡ଼ ଧରଣର ଗ୍ୟାସ୍ ଲିକ୍: ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ, ୧୦ ଜଣ ଏବେ ବି ବେହୋସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ୟାସ ଲିକ ଏକ ବଡ଼ ସମସ୍ୟା । ଅଧିକାଂଶ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ଗ୍ୟାସ୍ ଲିକ୍ ହେବା ସହ ବହୁ ଧନ ଜୀବନ ହାନୀ ହୋଇଥାଏ । ତେବେ ଏହା ମଧ୍ୟରେ ଏକ ଭୟଙ୍କର ଗ୍ୟାସ୍ ଲିକ୍ ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ଅନ୍ୟ ୧୦ ଜଣ ଲୋକ ବେହୋସ୍ ଅବସ୍ଥାରେ ରହିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ପଞ୍ଜାବର ଲୁଧିୟାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏହି ଗ୍ୟାସ ଲିକ୍ ଘଟଣା ଏତେ ଭୟଙ୍କର ଥିଲା ଯେ ୬ ଅକାଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ୧୦ ଜଣ ବ୍ୟକ୍ତିଙ୍କ ହୋସ୍ ବର୍ତ୍ତମାନ ସୁଦ୍ଧ ଫେରିନଥିବା ବେଳେ ସେମାନେ ଏବେ ବେହୋସ୍ ଅବସ୍ଥାରେ ରହିଛନ୍ତି । ତେବେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ୭.୧୫ରେ ଏହି ଗ୍ୟାସ୍ ଲିକ୍ ଅଘଟଣ ଘଟିଥିଲା । ଶେରପୁର ଛକ ନିକଟସ୍ଥ ସୁଆ ରୋଡ଼ରେ ଘଟିଥିବା ଗ୍ୟାସ୍ ଲିକ୍ ଘଟଣାରେ ୬ ଜଣଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ଏହାଛଡ଼ା କିଛି ଗୃହପାଳିତ ପଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି । ସୂଚନାଯୋଗ୍ୟ ଯେ, ଲୁଧିୟାନାରେ ଗତବର୍ଷ ମଧ୍ୟ ଏପରି ଏକ ଅଘଟଣ ଦେଖିବାକୁ ମିଳିଥିଲା । ଏକ ଟ୍ୟାଙ୍କରରୁ କାର୍ବନ ଡାଇଅକ୍ସାଇଡ ଲିକ୍ୱିଡ ଗ୍ୟାସ୍ ଲିକ୍ ହୋଇ ୫ ଜଣ ଲୋକ ବୀମାରଗ୍ରସ୍ତ ହୋଇଥିଲୋ ।

Get real time updates directly on you device, subscribe now.