fbpx

ଲକ ଡାଉନ ବଢ଼ାଇବା ସପକ୍ଷରେ ଓଡିଶା ସମେତ ୬ ରାଜ୍ୟ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଲକ ଡାଉନ ବଢ଼ାଇବା ସପକ୍ଷରେ ୬ ରାଜ୍ୟ । କରୋନାର ତାଣ୍ଡବ କମିନଥିବାରୁ ୬ ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ମେ ୧୫ ଯାଏ ଲକ ଡାଉନ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏ ବଢ଼ାଇବାକୁ ଚାହୁଁଛନ୍ତି । ସେହପରି ଓଡିଶା ସମେତ ପଂଜାବ,ମଧ୍ୟପ୍ରଦେଶ,ପଶ୍ଚିମବଂଗ ବି ଲକ ଡାଉନ ବଢ଼ାଇବା ସପକ୍ଷରେ ଅଛନ୍ତି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ରେ ପଂହଚିଥିବା ବେଳେ ଏହି ରାଜ୍ୟ ମାନେ ଏବେ ରିକ୍ସ ନେବା ମୁଡରେ ନାହାନ୍ତି ।

Get real time updates directly on you device, subscribe now.