fbpx

୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: କାହାକୁ କେଉଁ ବିଭାଗରେ ମିଳିଲା ପୁରସ୍କାର?

ନୂଆଦିଲ୍ଲୀ: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ଅରିଜୀତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପୁରସ୍କୃତ କରାଯାଇଛି । ସେହିପରି ବେଷ୍ଟ ମ୍ୟୁଜିକ ଡାୟରେକ୍ସନରେ ‘ଫୁରସତ’ ପାଇଁ ବିଶାଳ ଭରଦ୍ୱାଜଙ୍କୁ ପୁରସ୍କୃତ କରାଯାଇଛି । ସ୍ପେଶାଲ ମୋସନ କ୍ୟାଟେଗୋରୀରେ ଫିଲ୍ମ ‘ଗୁଲମୋହର’ ପାଇଁ ମନୋଜ ବାଜପେୟୀଙ୍କୁ ପୁରସ୍କୃତ କରାଯାଇଛି ।

୨୦୨୨ ମସିହା ଜାନୁଆରୀ ୧ ତାରିଖଠାରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯେଉଁ ଫିଲ୍ମଗୁଡ଼ିକୁ ସେନ୍ସର ବୋର୍ଡ ପକ୍ଷରୁ ସେନ୍ସର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏଥର ସେହି ଫିଲ୍ମଗୁଡ଼ିକୁ ଆୱାର୍ଡ ଦିଆଯାଇଛି ।

 

Get real time updates directly on you device, subscribe now.