fbpx
BJD SKY
BJD SKY

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୭୧,୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ସାଇକେଲ ପାଇଁ ୩.୫ ହଜାର ଓ ୟୁନିଫର୍ମ ପାଇଁ ୧ ହଜାର ମିଳିବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ୨୦୨୩-୨୪ ଶିକ୍ଷା ବର୍ଷରେ ଶିକ୍ଷା ବିଭାଗ ପାଇଁ ୨୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗତବର୍ଷ ଅପେକ୍ଷା ଏହି ବ୍ୟୟ ଅଟକଳ ୫ ପ୍ରତିଶତ ଅଧିକ ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋଟ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ବାବଦରେ ଏକ ପ୍ରେସ୍ ମିଟରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ଛାତ୍ରାବାସ ପ୍ରତିଷ୍ଠା କରାଯିବ । ସେଥିପାଇଁ ଅର୍ଥ ମଞ୍ଜୁର କରାଯାଇଛି । ରାଜ୍ୟର ୫ଟି ଜିଲ୍ଲାର ୨୨୧ ଜଣ ବହୁଭାଷୀ ଶିକ୍ଷକଙ୍କ ଦରମା ୫,୩୭୯ ଟଙ୍କାକୁ ବୃଦ୍ଧି କରାଯାଇଛି । ୧୯୨୦ ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର ୭୧,୬୧୮ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ । ଏଥିସହିତ ସ୍କୁଲ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।

ଏଥିସହିତ ଗ୍ରାମପଞ୍ଚାୟତ ଓ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ୩.୫ ହଜାର ଟଙ୍କା ଓ ସ୍କୁଲ ୟୁନିଫର୍ମ ପାଇଁ ୬ ଶହ ପରିବର୍ତ୍ତେ ୧ ହଜାର ଟଙ୍କା ପ୍ରଦାନ କରାଯିବ । ଶିଶୁ ଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଥିବା ବେଳେ ପିଲାମାନଙ୍କୁ ନୋଟବୁକ୍ ସହ ଡାଏରୀ ପ୍ରଦାନ କରାଯିବ । ନବନିଯୁକ୍ତ ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବିଭିନ୍ନ ମେଧାବୃତ୍ତି ଓ ଫକିରମୋହନ ଭାଷା ବୃତ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.