fbpx

OSSSC ପକ୍ଷରୁ ବାହାରିଲା ୭୪୮୩ଟି ପୋଷ୍ଟ: ପ୍ରକାଶ ପାଇଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସଏସସି) ପକ୍ଷରୁ ୭୪୮୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଅନଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୭ ତାରିଖରେ ସମାପ୍ତ ହେବ । ଏହାପରେ ମାର୍ଚ୍ଚ ମାସ ୧୯ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଦଶମ ପାସ୍ କରିଥିବା ଆବଶ୍ୟକ ।

ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ନର୍ସିଂ ଅଫିସର ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ପେ’ ସ୍କେଲ ୨୯,୨୦୦- ୯୨,୩୦୦ ମଧ୍ୟରେ ରହିବ । ପ୍ରାର୍ଥୀମାନେ ୨ ଘଣ୍ଟା ସମୟ ମଧ୍ୟରେ ମୋଟ ୧୦୦ ମାର୍କର ପରୀକ୍ଷା ଦେବେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧ ମାର୍କ ରହିବ । ଡିପ୍ଲୋମା ଇନ୍ ଜିଏନଏମ / ବି.ଏସସି ନର୍ସିଂ, ଗଣିତ, ଇଂରାଜୀ ଆଦି ବିଷୟରୁ ପରୀକ୍ଷାରେ ପ୍ରଶ୍ନ ଆସିବ ।

ଅନଲାଇନ୍ ଆବେଦନ ଲିଙ୍କ: Available On 27-01-2023

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/Nursing_detail_Adv-459.PDF

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.